ଈଶ୍ୱରଙ୍କଠାରେ ଆସ୍ଥା (#15512)

ଈଶ୍ୱର ମୋ ପାଇଁ ଯଥେଷ୍ଟ । ସେ ହିଁ ସତ୍ୟତଃ, ସର୍ବ ସନ୍ତୁଷ୍ଟକାରକ । ଏବେ ସ୍ୱୟଂ ତାଙ୍କଠାରେ ବିଶ୍ୱାସ ସ୍ଥାପନ କରିବା ।

-Bahá'u'lláh
-----------------------

ଈଶ୍ୱରଙ୍କଠାରେ ଆସ୍ଥା (#15511)

ହେ ମୋର ଭଗବାନ୍, ହେ ମୋର ପ୍ରଭୁ, ହେ ମୋର ମାଲିକ! ସ୍ୱୟଂ ତୁମର ପ୍ରେମ ବ୍ୟତୀତ ଅନ୍ୟ କୌଣସିଥିରେ ଅନୁସନ୍ଧାନୀ ହେବାରେ ଅଥବା ତୁମର ନିକଟର୍ବୀ ହେବା ବ୍ୟତୀତ ଅନ୍ୟ କୌଣସି ସୁଖର ଅନୁସନ୍ଧିୁ ହେବାରେ ଅଥବା ତୁମର ସୁପ୍ରସାଦ କଲ୍ୟାଣ ବ୍ୟତୀତ ଅନ୍ୟ କୌଣସି ପ୍ରସନ୍ନତା ପ୍ରାପ୍ତି ହେବାରେ କିମ୍ବା ସ୍ୱୟଂ ତୁମ ସହିତ ସଂଯୋଗ ସ୍ଥାପନ ବ୍ୟତୀତ ଅନ୍ୟ କାହାର ଅସ୍ତିତ୍ୱର ସନ୍ଧାନୀ ହେବାରେ ମୋତେ କ୍ଷମା ଦେବା ପାଇଁ ମୁଁ ତୁମକୁ ଅନୁନୟ କରୁଛି ।

-The Báb
-----------------------

